ପରୀକ୍ଷା ଓ ସଂକଟ (#15540)

ସ୍ୱୟଂ ତୁମ ନାମର ଶକ୍ତିରେ ସାମର୍ଥ୍ୟ ଥିବା ଯାଏ କୌଣସି ଶକ୍ତି କେବେ ମୋତେ ଆଘାତ ଦେଇପାରିବ ନାହିଁ ଏବଂ ତୁମ ପ୍ରେମ ମୋ ହୃଦୟରେ ଜୀବନ୍ତ ଥିବା ଯାଏଁ ସଂସାରର ସକଳ ଦୁଃଖ ଯବଣା କଦାପି ମୋତେ ଆତଙ୍କିତ କରିପାରିବ ନାହିଁ ।

-Bahá'u'lláh
-----------------------

ପରୀକ୍ଷା ଓ ସଂକଟ (#15541)

ହେ ପରମେଶ୍ୱର ! ଯେଉଁମାନେ ତୁମର ସମୀପର୍ବୀ ହୋଇଛନ୍ତି, ସେମାନଙ୍କ ପାଇଁ ତୁମର ପରୀକ୍ଷା ହେଉଛି ଏକ ରୋଗ ନିବାରକ ଔଷଧି ! ଯେଉଁମାନେ ତୁମକୁ ପ୍ରେମ କରନ୍ତି, ତୁମର ଖଡ଼ଗ ହେଉଛି ସେହିମାନଙ୍କର ପ୍ରିୟ ଅଭିଳାଷ । ଯେଉଁମାନଙ୍କର ହୃଦୟ ତୁମକୁ ପ୍ରାପ୍ତ ହେବାକୁ କାମନା କରନ୍ତି, ତୁମର ବର୍ଚ୍ଛା ହେଉଛି ସେମାନଙ୍କର ଆନ୍ତରିକ ଅଭୀପ୍ସା । ତୁମର ଆଦେଶ ହେଉଛି ସେହିମାନଙ୍କ ପାଇଁ ଏକାନ୍ତ କାମ୍ୟ, ଯେଉଁମାନେ କି ସ୍ୱୟଂ ତୁମ ସତ୍ୟକୁ ସ୍ୱୀକାର କରିଛନ୍ତି । ତୁମର ସ୍ୱର୍ଗୀୟ ମଧୁରତା ଏବଂ ତୁମ     ପ୍ରଭାମୟ ମୁଖମଳ ସୌନ୍ଦର୍ଯ୍ୟର ଦ୍ୱାହି ଦେଇ, ମୁଁ ତୁମକୁ ପ୍ରାର୍ଥନା କରୁଛି କି ତୁମର ଊଦ୍ଧ୍ୱର୍ ସାମ୍ରାଜ୍ୟରୁ ଆମ୍ଭମାନଙ୍କ ନିମନ୍ତେ ତାହା ପ୍ରେରଣ କର, ଯାହାକି ସ୍ୱୟଂ ତୁମର ନିକଟର୍ବୀ ହେବାରେ ଆମକୁ ସମର୍ଥ କରାଇବ । ତୁମର ଧର୍ମରେ ଆମ ପଦଯୁଗଳକୁ ଦୃଢ଼ କର । ହେ ମୋର ଈଶ୍ୱର ! ତୁମ ଜ୍ଞାନର ବାଗ୍ମୀତାରେ ଆମର ହୃଦୟକୁ ପୁଲକିତ କର ଏବଂ ତୁମ ନାମର ଔଜ୍ଜଲ୍ୟରେ ଆମ୍ଭମାନଙ୍କ ବକ୍ଷକୁ ଜାଜ୍ଜ୍ୱଲ୍ୟମାନ କରିଦିଅ ।

-Bahá'u'lláh
-----------------------

ପରୀକ୍ଷା ଓ ସଂକଟ (#15542)

ସ୍ୱୟଂ ତୁମେ ହିଁ ମହିମାମୟ, ହେ ପ୍ରଭୁ, ହେ ମୋର ଈଶ୍ୱର ! ପ୍ରତ୍ୟେକ ଅନ୍ତର୍ଦୃଷ୍ଟି-ସମ୍ପନ୍ନ ବ୍ୟକ୍ତି ତୁମର ସାର୍ବଭୌମତ୍ୱ ଓ ତୁମର ସାମ୍ରାଜ୍ୟକୁ ସ୍ୱୀକାର କରିଥାଏ ଏବଂ ପ୍ରତ୍ୟେକ ବିବେକଶୀଳ ଚକ୍ଷୁ ତୁମର ବୈଭବର ମହାନତାକୁ ଓ ତୁମ ସାମର୍ଥ୍ୟର ବଶକାରୀ ଶକ୍ତିକୁ ଉପଲ୨ି କରିଥାଏ । ଯେଉଁମାନେ ତୁମର ସାନ୍ନିଧ୍ୟ ପ୍ରାପ୍ତ ହେବା ପାଇଁ ସେମାନଙ୍କର ମୁଖରାଜିକୁ ସ୍ୱୟଂ ତୁମ ଗୌରବର ଦିଗ୍ବଳୟ ଆଡ଼କୁ ଅଭିମୁଖୀ ହୋଇଥାନ୍ତି, ସେହିମାନଙ୍କୁ ବିପିର ବାୟୁ କ୍ଷୁ କରିପାରିବ     ନାହିଁ ଏବଂ ଯେଉଁମାନେ ତୁମ ଇଚ୍ଛାରେ ର୍ପୂ ମାତ୍ରାରେ ଅନୁରକ୍ତ ହୋଇଥାନ୍ତି, ସେହିମାନଙ୍କୁ ଅଭିଯୋଗର ଝଡ଼ ତୁମ ଦରବାର ପ୍ରତି ଅଭିମୁଖୀ ହେବାଠାରୁ ଦୂରର୍ବୀ ହେବାକୁ ତଥା ପ୍ରତିରୋଧ କରିବାକୁ ବିଫଳ ହେବ । 

ସମ୍ଭବତଃ, ତୁମ ପ୍ରେମର ଦୀପିକା ସେମାନଙ୍କ ହୃଦୟରେ ପ୍ରଜ୍ଜ୍ୱଳିତ ହେଉଛି ଏବଂ ତୁମ କୋମଳତାର ଆଲୋକ ସେମାନଙ୍କ ମଧ୍ୟରେ ଆଲୋକିତ ହେଉଛି । ତୁମ ଧର୍ମଠାରୁ ସେମାନଙ୍କୁ ବିଚ୍ଛିନ୍ନ କରିବା ପାଇଁ ସମସ୍ତ ର୍ଦୁଶା ଅସମର୍ଥ ଅଟେ ଏବଂ ଭାଗ୍ୟର ବିଡ଼ମ୍ବନା ତୁମର ସୁପ୍ରସନ୍ନତାଠାରୁ ସେମାନଙ୍କୁ କଦାପି ପଥଭ୍ରଷ୍ଟ କରିପାରିବ ନାହିଁ । 

ହେ ମୋର ଭଗବାନ୍ ! ସେମାନଙ୍କର ଦ୍ୱାହି ଏବଂ ତୁମଠାରୁ ସେମାନଙ୍କ ବିଚ୍ଛେଦରେ ସେମାନଙ୍କ ହୃଦୟରୁ ଉଚ୍ଚାରିତ ଦୀର୍ଘଶ୍ୱାସର ଦ୍ୱାହି ଦେଇ ମୁଁ ତୁମଙ୍କୁ ଅନୁନୟ କରୁଛି କି ତୁମର ଶତ୍ରୁମାନଙ୍କ ଠାରୁ ସେମାନଙ୍କୁ ସୁରକ୍ଷିତ ରଖ ଏବଂ ଯାହାସବୁ ତୁମେ ତୁମର ପ୍ରିୟଜନମାନଙ୍କ ନିମନ୍ତେ ବିଧାନ କରିଛ, ତାହାଦ୍ୱାରା ସେମାନଙ୍କର ଆତ୍ମାକୁ ପ୍ରତିପାଳିତ କର, ଯ୍ୱାରା ସେମାନଙ୍କ ନିକଟକୁ ଭୟ ଆସିବ ନାହିଁ ଓ ସେମାନେ ଶୋକ ସନ୍ତପ୍ତ ହେବେ ନାହିଁ ।

-Bahá'u'lláh
-----------------------

ପରୀକ୍ଷା ଓ ସଂକଟ (#15547)

ହେ ପ୍ରଭୁ, ହେ ମୋର ଈଶ୍ୱର ! ମୋର ବିପିରେ ତୁମେ ମୋର ଆଶ୍ରୟସ୍ଥଳ । ମୋର ଦୁର୍ଗତି ସମୟରେ ମୋର ରକ୍ଷାର୍କା ଏବଂ ଆଶ୍ରୟଦାତା । ଆବଶ୍ୟକ ସମୟରେ ମୋର ଆଶ୍ରୟ ଏବଂ ନିରାପଦ ସ୍ଥଳ । ନିଃସଙ୍ଗତାରେ ମୋର ସାଥି, ମୋର ମନସ୍ତାପରେ ମୋର ସାନ୍ତ୍ୱନା ଏବଂ ମୋର ନିର୍ଜନତାରେ ମୋର ଏକ ସ୍ନେହସିକ୍ତ ପରମ ବନ୍ଧୁ । ମୋର ଦୁଃଖର ଯବଣା-ହରଣକାରୀ ଏବଂ ମୋର ସକଳ ପାପର ପରମ କ୍ଷମାକାରୀ । 

ମୁଁ ସଂର୍ପୂ ଭାବେ ତୁମ ଆଡ଼କୁ ଉନ୍ମୁଖ ହୋଇଛି । ମୋର ସମର୍ପିତ ମନ, ଜିହ୍ୱା ଓ ହୃଦୟ ସହିତ ମୁଁ ତୁମକୁ ଅନୁନୟ କରୁଛି ଯେ, ତୁମ ଦିବ୍ୟ ଏକତାର ଏହି ଯୁଗଚକ୍ର ମଧ୍ୟରେ ତୁମ ଇଚ୍ଛାର ବିରୁଦ୍ଧାଚରଣ କରୁଥିବା କାର୍ଯ୍ୟଠାରୁ ମୋତେ ରକ୍ଷା କର । ମୋତେ ସେହି ସମସ୍ତ କଳୁଷତାରୁ ନିର୍ମଳ କରିଦିଅ, ଯାହାକି ନିଷ୍କଳଙ୍କ ଓ ନିଷ୍ପାପଯୁକ୍ତ ତୁମର କୃପାବୃକ୍ଷର ଛାୟା ପ୍ରାପ୍ତହେବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । 



ନିର୍ବଳ ଉପରେ କୃପାକର । ହେ ମୋର ପ୍ରଭୁ ! ରୋଗଗ୍ରସ୍ତକୁ ଆରୋଗ୍ୟ କର ଏବଂ ଜ୍ୱଳାମୟ ତୃଷାକୁ ନିର୍ବାପିତ କର ।

ସେହି ହୃଦୟକୁ ଆନନ୍ଦିତ କରାଅ ଯେଉଁଠାରେ ତୁମ ପ୍ରେମ- ଅନଳର ଉଷ୍ମତା ଭରି ରହିଛି ଏବଂ ତୁମ ସ୍ୱର୍ଗୀୟ ପ୍ରେମ ଓ ଚୈତନ୍ୟର ଶିଖା ଦ୍ୱାରା ଏହାକୁ ପ୍ରଜ୍ଜ୍ୱାଳିତ କର ।

ପବିତ୍ରତାର ପରିଚ୍ଛଦ ଦ୍ୱାରା ସ୍ୱର୍ଗୀୟ ଏକତାରେ ମୋତେ ସଜ୍ଜିତ କର ଏବଂ ମୋର ମସ୍ତକରେ ତୁମ ଅନୁକମ୍ପାର ମୁକୁଟକୁ ପିନ୍ଧାଇ ଦିଅ । ମୋର ମୁଖକୁ ତୁମ କୃପାର ପ୍ରଭାମଳ ଦ୍ୱାରା ଉଦ୍ଭାସିତ କର ଏବଂ ତୁମ ପବିତ୍ର ଦ୍ୱାରଦେଶରେ ସେବା କରିବା ନିମନ୍ତେ କୃପା ପୂର୍ବକ ମୋତେ ସହାୟ ହୁଅ । 

ତୁମ ସୃଷ୍ଟ ପ୍ରାଣୀମାନଙ୍କ ନିମନ୍ତେ ମୋର ହୃଦୟକୁ ପ୍ରେମରେ ପ୍ଲାବିତ କର ଏବଂ ମୋତେ ଅନୁମତି ଦିଅ ଯେ, ଯେପରି ମୁଁ ତୁମ ଅନୁଗ୍ରହର ପ୍ରତୀକ ସଦୃଶ ତୁମ ପ୍ରିୟଜନଙ୍କ ମଧ୍ୟରେ ଶାନ୍ତିର୍ପୂତାର ପୃଷ୍ଠପୋଷକ ହୋଇପାରିବ । ତୁମକୁ ସ୍ମରଣ କରି ତୁମ ପ୍ରତି ଅନୁରକ୍ତ ହୋଇପାରିବି, ତଥା ନିଜକୁ ଭୁଳିଯିବି, କିନ୍ତୁ ଯେଉଁସବୁ ପଦାର୍ଥ ତୁମଠାରେ ନିହିତ, ସେଥିପ୍ରତି ସର୍ବଦା ସଜାଗ ହୋଇପାରିବି । 

ହେ ଈଶ୍ୱର, ମୋର ପରମେଶ୍ୱର ! ମୋ ନିକଟରୁ ତୁମର କ୍ଷମା ଏବଂ କରୁଣାର ମୃଦୁ ସମୀକରଣକୁ ଅବରୁଦ୍ଧ କରନାହିଁ । ତୁମ ସହାୟତା ଓ କୃପାର ବାଣୀ ନିର୍ଝରଣୀ ଠାରୁ ମୋତେ ବôତ କରନାହିଁ । 

ତୁମ ସୁରକ୍ଷା ପକ୍ଷର ପ୍ରଛାୟା ତଳେ ମୋର ନୀଡ଼ ତିଆରି କରିବାକୁ ଅନୁମତି ଦିଅ ଏବଂ ମୋ ଉପରେ ତୁମ ସର୍ବରକ୍ଷକ ନେତ୍ରର କୃପାଦୃଷ୍ଟି ନିକ୍ଷେପ କର । 

ତୁମ ପରମ ନାମକୁ ତୁମ ଜନଗଣଙ୍କ ମଧ୍ୟରେ ପ୍ରଶଂସିତ କରିବା ନିମନ୍ତେ ମୋର ଜିହ୍ୱାକୁ ବହୁଭାଷୀ କର, ଯ୍ୱାରା ମୋର ସ୍ୱର ବିରାଟ ଜନସମୂହରେ ଉଚ୍ଚାରିତ ହୋଇପାରିବ ଏବଂ ମୋ ଓଷ୍ଠରୁ ତୁମ ସ୍ତୁତିର ପ୍ରବଳ ପ୍ରବାହ ପ୍ରବାହିତ ହୋଇପାରିବ । 

ସତ୍ୟତଃ, ତୁମେ ଅନୁକମ୍ପାଶୀଳ, ମହିମାବନ୍ତ, ସାମର୍ଥ୍ୟବାନ୍, ସର୍ବଶକ୍ତିମାନ୍ ।

-The Báb
-----------------------

ପରୀକ୍ଷା ଓ ସଂକଟ (#15543)

ଈଶ୍ୱରଙ୍କ ବ୍ୟତୀତ ସଙ୍କଟ ମୋଚନକାରୀ କେବେହେଲେ ଅନ୍ୟ କେହି ଅଛି କି ? କୁହ : ଈଶ୍ୱର ବନ୍ଦନୀୟ ! ସେ ପରମାତ୍ମା ! ସମସ୍ତେ ତାଙ୍କର ସେବକ ଓ ସମସ୍ତେ ତାଙ୍କର ଆଜ୍ଞାବନ୍ଧନରେ ଆବଦ୍ଧ ।

-`Abdu'l-Bahá
-----------------------

ପରୀକ୍ଷା ଓ ସଂକଟ (#15544)

କୁହ : ସକଳ ପଦାର୍ଥ ଊଦ୍ଧ୍ୱର୍ରେ, ସକଳ ପଦାର୍ଥକୁ ଈଶ୍ୱର ହିଁ ପୂରଣ କରନ୍ତି । ସ୍ୱର୍ଗରେ ଅବା ର୍ମ୍ୟରେ କେହି ନୁହେଁ, କିନ୍ତୁ ଏକମାତ୍ର ଈଶ୍ୱର ହିଁ ପୂରଣକାରୀ । ବାସ୍ତବିକ, ତାଙ୍କ ଅଭ୍ୟନ୍ତରରେ ସେ ନିଜେ ହିଁ ଜ୍ଞାତା ଧାରଣକାରୀ, ସର୍ବଶକ୍ତିମାନ୍ ।

-`Abdu'l-Bahá
-----------------------

ପରୀକ୍ଷା ଓ ସଂକଟ (#15545)

ତୁମ ଶକ୍ତି ମାଧ୍ୟମରେ ମୁଁ ତୁମକୁ ଅନୁନୟ କରୁଛି, ହେ ମୋର ଈଶ୍ୱର ! ପରୀକ୍ଷାର ମୁର୍ହୂଗୁଡ଼ିକରେ କୌଣସି ପ୍ରକାର କ୍ଷତି ମୋତେ ଅବରୋଧ ନ କରୁ, ଏବଂ ମୋର ଅମନଯୋଗୀ ମୁର୍ହୂଗୁଡ଼ିକରେ     ତୁମର ଭଗବତ୍ ପ୍ରେରଣା ଦ୍ୱାରା ମୋର ପଦକ୍ଷେପକୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କର । ତୁମେ ହେଉଛ ପ୍ରଭୁ ! ତୁମର ଇଚ୍ଛାକୁ ପୂରଣ କରିବା ପାଇଁ ତୁମେ ଶକ୍ତି ସମ୍ପନ୍ନ ଅଟ । କୌଣସି ବ୍ୟକ୍ତି ତୁମର ଇଚ୍ଛା ବିରୁଦ୍ଧରେ ଯାଇପାରିବ ନାହିଁ କିମ୍ବା ତୁମ ଉଶ୍ୟେକୁ ପ୍ରତିରୋଧ କରିପାରିବ ନାହିଁ ।

-`Abdu'l-Bahá
-----------------------

ପରୀକ୍ଷା ଓ ସଂକଟ (#15546)

ହେ ପ୍ରଭୁ ! ତୁମେ ହେଉଛ ପ୍ରତ୍ୟେକ ଦୁଃଖର ମୋଚନକାରୀ ଏବଂ ପ୍ରତ୍ୟେକ ଯବଣାର ହରଣକାରୀ । ତୁମେ ହେଉଛ ସ୍ୱୟଂ ସେହି, ଯିଏ କି ପ୍ରତ୍ୟେକ ଦୁଃଖକୁ ଦୂର କରିଥାନ୍ତି ଏବଂ ପ୍ରତ୍ୟେକ ଦାସତ୍ୱରୁ ମୁକ୍ତି ଦେଇଥାନ୍ତି । ତୁମେ ପ୍ରତ୍ୟେକ ଆତ୍ମାକୁ ସୁରକ୍ଷା କରିଥାଅ । ହେ ପ୍ରଭୁ ! ତୁମର କରୁଣା ମାଧ୍ୟମରେ ମୁକ୍ତି ପାଇବା ପାଇଁ ମୋତେ ଅନୁମତି ଦିଅ । ତୁମର ସେହି ସେବକମାନଙ୍କ ମଧ୍ୟରେ ମୋତେ ପରିଗଣିତ କର । ଯେଉଁମାନେ କି ନିର୍ବାଣପ୍ରାପ୍ତ ହୋଇସାରିଛନ୍ତି ।

-`Abdu'l-Bahá
-----------------------

